ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ
ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ
ଗଜପତି: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି। ମମିତାଙ୍କୁ ନ୍ୟାୟ ମିଳିବା ଦାବିରେ ସାରା ରାଜ୍ୟରେ ଉଠୁଛି ପ୍ରତିବାଦର ସ୍ୱର। ମମିତାଙ୍କ ପରିବାରକୁ ନ୍ୟାୟ ଦେବା, ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ବହିଷ୍କାର ଦାବି ସହ ମନ୍ତ୍ରୀଙ୍କ ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଗଜପତିରେ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଗାଡି ଚଳାଚଳ ବନ୍ଦ କରାଯାଇଛି । ଜିଲ୍ଲାର ୭ଟି ବ୍ଲକରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।




admin 