ଆଲେନ ଇନଷ୍ଟିଚୁ୍ୟଟକୁ ସିଲ୍ କଲା ବିଏମସି

ଆଲେନ ଇନଷ୍ଟିଚୁ୍ୟଟକୁ ସିଲ୍ କଲା ବିଏମସି

ଆଲେନ ଇନଷ୍ଟିଚୁ୍ୟଟକୁ ସିଲ୍ କଲା ବିଏମସି
ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଏମସି ପକ୍ଷରୁ ଭୁବନେଶ୍ୱରସ୍ଥ ଆଲେନ ଇନଷ୍ଟିଚୁ୍ୟଟକୁ ସିଲ କରାଯାଇଛି । ଉକ୍ତ ଇନଷ୍ଟିଚୁ୍ୟଟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ କୁହାଯାଇଛି । ଆଲେନ ଭିତରେ ଥିବା ହଷ୍ଟେଲ/ମେସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ରହିଛି । ସେହିପରି କେହି ଆଲେନ ଭିତରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି । ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ ୨୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।