ଆଲୋଚନାରୁ ମିଳୁନି ସୁଫଳ : ୧୪ରୁ ଚାଷୀଙ୍କ ଆମରଣ ଅନଶନ

ଆଲୋଚନାରୁ ମିଳୁନି ସୁଫଳ : ୧୪ରୁ ଚାଷୀଙ୍କ ଆମରଣ ଅନଶନ

ଆଲୋଚନାରୁ ମିଳୁନି ସୁଫଳ : ୧୪ରୁ ଚାଷୀଙ୍କ ଆମରଣ ଅନଶନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନେ୍ଦାଳନ ଏବେ ଜୋରଦାର ହୋଇଛି । କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅଚଳ କରିଦେବା ପାଇଁ ଚେତାବନୀ ଦିଆଯିବା ପରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି । ଅନ୍ୟପକ୍ଷରେ ହରିୟାଣାରେ କୃଷକମାନେ ଏକ ଟୋଲ ପ୍ଲାଜାକୁ ଘେରାଉ କରି ରଖିଛନ୍ତି । କୃଷକ ନେତାମାନେ ସରକାର ବିରୋଧୀ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି ଏବଂ ଡିସେମ୍ବର ୧୪ ରୁ ସମସ୍ତ କୃଷକ ନେତା ସିଂଘୁ ସୀମାରେ ଅନୁଷ୍ଠିତ ଏକ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଛି ଏବଂ ଡିସେମ୍ବର ୧୪ ରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି । ତିନିଟି ଯାକ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲିବ ଏବଂ ଦେଶବ୍ୟାପୀ ଚାଷୀମାନେ ଆନେ୍ଦାଳନରେ ସାମିଲ ହେବେ ବୋଲି ମିଳିତ କୃଷକ ଆନେ୍ଦାଳନର ନେତା ପ୍ରୀତ ସିଂହ ପନ୍ନୁ କହିଛନ୍ତି । କେନ୍ଦ୍ର ସରକାର ଆମ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି, କିନ୍ତୁ ଏଭଳି କରିବାକୁ ଆମେ କଦାପି ସୁଯୋଗ ଦେବୁ ନାହିଁ ବୋଲି ସେ କହିଛନ୍ତି ।