ବେକ କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ

ବେକ କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ

ବେକ କାଟି ଶିବଲିଙ୍ଗରେ ରକ୍ତ ଚଢାଇଲେ ଯୁବକ
ମହାରାଷ୍ଟ୍ର : ମହାରାଷ୍ଟ୍ରର ପୈଠନଠାରେ ଜଣେ ୨୫ ବର୍ଷୀୟ ଯୁବକ ଏକ ମନ୍ଦିରରେ ନିଜର ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଛି । ଯୁବକ ଜଣ ମନ୍ଦିରରୁ ମୃତ୍ୟୁବସ୍ଥାରେ ମିଳିଛନ୍ତି । ତେବେ ଅଘୋରୀ ପ୍ରଥା ପୂର୍ବକ ଯୁବକ ଜଣକ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୋଲିସ୍‌ ସନ୍ଦେହ କରିଛି । ଯୁବକ ଜଣକ ନନ୍ଦୁ ଘୁଙ୍ଗାସେ ବୋଲି ପରିଚୟ ମିଳିଛି । ନନ୍ଦୁ କହାରଓ୍ବାଡ ଗ୍ରାମର ଜଣେ ମତ୍ସ୍ୟଜୀବୀ ବୋଲି ସୂଚନା ରହିଛି । ଏପରି ଘଟଣାକୁ ଚାରିଜଣ ଲୋକେ ଦେଖିଥିବାର ସୂଚନା ରହିଛି । ପୈଠନ୍‌ ସହରର ଗଗଭଟ୍ଟ ଚୌକ୍‌ଠାରେ ଥିବା ସିଦ୍ଧି ଅଲ୍ଲୀ ଦର୍‌ଗା ନିକଟରେ ଏକ ଶିବ ମନ୍ଦିରରେ ଏହି ଘଟଣାଟି ଘଟିଛି । ବିହାରୀ ପରଦେଶୀ ନାମକ ଜଣେ ବ୍ୟକ୍ତି ପୂଜା କରିବାକୁ ଯିବା ସମୟରେ ମନ୍ଦିରରେ ଉକ୍ତ ଯୁବକକୁ ଦେଖିଥିଲେ । ଏହାପରେ ସେ ପୋଲିସ୍‌କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ୍‌ ତତକ୍ଷଣାତ୍‌ ମନ୍ଦିରରେ ପହଞ୍ଚି ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉକ୍ତ ଯୁବକ ଜଣକ ମନ୍ଦିରରେ ନିଜର ଗଳା କାଟି ଶିବ ଲିଙ୍ଗରେ ନିଜ ରକ୍ତ ଚଢାଇଥିଲେ । ତେବେ ତାଙ୍କୁ କେହି ଅଟକାଇବାକୁ ସାହସ କରିନଥିଲେ ।