ଫେକ ରେଟିଂ ମାମଲା : ରିପବ୍ଲିକ ଟିଭି ସିଇଓ ଗିରଫ

ଫେକ ରେଟିଂ ମାମଲା : ରିପବ୍ଲିକ ଟିଭି ସିଇଓ ଗିରଫ

ଫେକ ରେଟିଂ ମାମଲା : ରିପବ୍ଲିକ ଟିଭି ସିଇଓ ଗିରଫ
ମୁମ୍ବାଇ : ଫେକ ରେଟିଂ ମାମଲାରେ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ବିକାଶଙ୍କ ଗିରଫଦାରୀକୁ ମିଶାଇ ପୋଲିସ ସମୁଦାୟ ୧୩ ଜଣଙ୍କୁ ଗିରଫ କରିଛି । ସୁପ୍ରିମକୋର୍ଟରେ ଏଜିଆର ମିଡିଆ ଆଉଟଲାୟରର ଯାଚିକା ଖାରଜ ହେବାର ଏକ ସପ୍ତାହ ମଧ୍ୟରେ ରିପବ୍ଲିକ ସିଇଓଙ୍କୁ ଗିରଫ କରିଛି ପୋଲିସ । ରିପବ୍ଲିକ ଟିଭିର ମୂଳ କମ୍ପାନୀ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାରେ ମୁମ୍ବାଇ ପୋଲିସର କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା । କମ୍ପାନୀର କର୍ମଚାରୀଙ୍କୁ ଅଯଥାରେ ହଇରାଣ ନକରାଯାଇ ମାମଲାକୁ ସିବିଆଇକୁ ସ୍ଥାନାନ୍ତର କରିବା ପାଇଁ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏପରି ଅନୁରୋଧକୁ ସମାଲୋଚନା କରିବା ସହିତ ପ୍ରତ୍ୟାଖ୍ୟାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଫେକ ରେଟିଂ ମାମଲାକୁ ନେଇ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା ।