ଇଣ୍ଟରନେଟ ନଥିଲେ ବି କରିହେବ ଡେସ୍କଟପ ଭଏସ ଭିଡିଓ କଲିଂ

ଇଣ୍ଟରନେଟ ନଥିଲେ ବି କରିହେବ ଡେସ୍କଟପ ଭଏସ ଭିଡିଓ କଲିଂ

ଇଣ୍ଟରନେଟ ନଥିଲେ ବି କରିହେବ ଡେସ୍କଟପ ଭଏସ ଭିଡିଓ କଲିଂ
ନୂଆଦିଲ୍ଲୀ: କିଛି ଦିନ ତଳେ ହ୍ୱାଟସ ଆପ ଏହାର ଡେସ୍କଟପ ଭର୍ସନରେ ଭଏସ ଏବଂ ଭିଡିଓ କଲିଂ ସୁବିଧା ଯୋଡ଼ିଥିଲା । ଅର୍ଥାତ ଏବେ ୟୁଜର ଡେସ୍କଟପ ଲାପଟପରେ ବି ହ୍ୱାଟସ ଆପ କଲିଂ କରିପାରିବେ । ତେବେ ଏଥିରେ କେବଳ ୱାନ-ଟୁ-ୱାନ କଲିଂ ସୁବିଧା ଦିଆଯାଉଛି । କିନ୍ତୁ କେତେକ ୟୁଜରଙ୍କ କହିବା ଅନୁସାରେ ଯଦି ଡେସ୍କଟପ କଲିଂ ସମୟରେ ଫୋନର ଇଣ୍ଟରନେଟ ସଂଯୋଗ କଟିଯାଏ ତା ହେଲେ କଣ ହେବ । ଏବେ କମ୍ପାନୀ ଏହାର ସମାଧାନ ବାହାର କରିଛି । ହ୍ୱାଟସ ଆପ ବୈଶିଷ୍ଟ୍ୟକୁ ଟ୍ରାକ କରୁଥିବା କମ୍ପାନୀ ୱାବେଟାଇନଫୋ ସୂଚନା ଦେଇଛି ଯେ, ଫୋନ ଇଣ୍ଟରନେଟରୁ କନେକ୍ଟ ନ ହେଲେ ବି ଡେସ୍କଟପ କଲରେ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ । ଫୁ୍ୟଚର ଅପଡେଟରେ ମଲ୍ଟି ଡିଭାଇସ ସପୋର୍ଟ ଆସିବା ପରେ ୟୁଜର ଇଣ୍ଟରନେଟ ନଥିଲେ ବି କଲ ଏବଂ ମେସେଜ କରିପାରିବେ ।