ଏଆଇସିସି ସବକମିଟିରେ ପ୍ରସାଦ
ଏଆଇସିସି ସବକମିଟିରେ ପ୍ରସାଦ
ଭୁବନେଶ୍ବର: ସ୍ବାଧୀନ ଭାରତକୁ ପୁରୁଛି ୭୫ ବର୍ଷ । ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ ଏହି ଅବସରରେ ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। କାର୍ୟ୍ୟକ୍ରମର ସଠିକ୍ କ୍ରିୟାନ୍ବୟନ ପାଇଁ କଂଗ୍ରେସ ଏକ ସବ-କମିଟି ଗଠନ କରିଛି । ଯେଉଁଥିରେ ଓଡିଶାରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସ୍ଥାନ ପାଇଛନ୍ତି ।
ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଜାତୀୟ କଂଗ୍ରେସ ନାଚ,ଗୀତ, କଳା, ସଂସ୍କୃତି, କୁଇଜ, ବକ୍ତୃତା ଆଦି କାର୍ୟ୍ୟକ୍ରମ ଆନୁଷ୍ଠିତ କରିବ । ଏହି କାର୍ୟ୍ୟକ୍ରମକୁ ସୂଚାର ରୂପେ କରିବାକୁ ଦଳ ୨୯ ଜଣିଆ ସବ କମିଟି ଗଠନ କରିଛି । ଏହି କମିଟିରେ ପ୍ରସାଦ ହରିଚନ୍ଦନ ରହିଛନ୍ତି ।




admin 