ଏବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ୩ ଥର ହେବ ପ୍ରି-ଟେଷ୍ଟ
ଏବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ୩ ଥର ହେବ ପ୍ରି-ଟେଷ୍ଟ
admin
Jan 28, 2021 - 06:34
Updated: Jan 28, 2021 - 06:34
ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ ଥର ପ୍ରିବୋଡର଼୍ ବା ଟେଷ୍ଟ ପରୀକ୍ଷା ଦେବାକୁ ପଡ଼ିବ । ଏନେଇ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ, ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ୬୦% ପାଠପଢ଼ା ପରେ ଦ୍ୱିତୀୟ ପରୀକ୍ଷା ଓ ୮୦% ପାଠପଢ଼ା ପରେ ତୃତୀୟ ପ୍ରି-ଟେଷ୍ଟ ପରୀକ୍ଷା ହେବ । ପ୍ରି-ଟେଷ୍ଟ ପରେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବେ । ଅପରପକ୍ଷରେ ବର୍ତମାନ ସୁଦ୍ଧା ଅଧିକାଂଶ ବିଦ୍ୟାଳୟରେ ୪୦% ପାଠପଢ଼ା ଶେଷ ହୋଇଥିବାରୁ ପ୍ରଥମ ପ୍ରି-ଟେଷ୍ଟ ପାଇଁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରପକ୍ଷରେ ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେନାହିଁ । ଯେଉଁ ସ୍କୁଲରେ ପର୍ଯ୍ୟାପ୍ତ ଭିତିଭୂମି ଥିବ ସେଠାରେ ହିଁ ପରୀକ୍ଷା କେନ୍ଦ୍ର କରାଯିବ । ଯଦି ହିସାବକୁ ନିଆଯାଏ ତେବେ ରାଜ୍ୟରେ ୮ ହଜାରରୁ ଅଧିକ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । କିନ୍ତୁ କେତେକ ସ୍କୁଲରେ ପାଚେରୀ ଓ ସ୍କୁଲ ଘରର ଅଭାବ ରହିଛି । ସେହିସବୁ ସ୍କୁଲର ପିଲାମାନେ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେବୋଲି ବୋଡର଼୍ ପକ୍ଷରୁ ନିଷ୍ପତି ନିଆଯାଇଛି । କୌଣସି ପରୀକ୍ଷା କେନ୍ଦ୍ରରେ ୨୦୦ରୁ ଅଧିକ ପିଲା ପରୀକ୍ଷା ଦେବେନାହିଁ । ରାଜ୍ୟର ୪ ହଜାର ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା କରାଯାଇଛି । ଫର୍ମ ପୂରଣ ପରେ ଏସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜାଣିବାକୁ ମିଳିଛି ।