ଏମିତି ବି ମୃତ୍ୟୁ ଆସେ !
ଏମିତି ବି ମୃତ୍ୟୁ ଆସେ !
ଉଦଳା : ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ।
ମୃତକ ଦ୍ୱୟ ହେଲେ ଭେଜଡ଼ିହା ଗାଁର ଘାସିରାମ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ପେଲନ ମହାକୁଡ଼। ସେମାନେ ଗତକାଲି ରାତିରେ ଘରେ ଶୋଇଥିଲେ। ଲଗାଣ ବର୍ଷା କାରଣରୁ ରାତିରେ ହଠାତ୍ ସେମାନଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ଯାଇଥିଲା।
କାନ୍ଥ ତଳେ ସ୍ୱାମୀ-ସ୍ତ୍ରୀ ଚାପି ହୋଇଯାଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପେଲନ ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ପଟେ ତାଙ୍କ ସ୍ୱାମୀ ଘାସିରାମଙ୍କ ଅବସ୍ଥା ଗୁରୁତର ରହିଛି।




admin 