କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ

 କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ  କେଜ୍ରିୱାଲ


ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ରାଜଧାନୀ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଲୁକଆଉଟ୍‌ ସର୍କୁଲାର ନୋଟିସ ଜାରି କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁ ସମୟରେ ସାରା ଦେଶ ମହଙ୍ଗାମାଡ଼ର ସମ୍ନା କରୁଛି । କୋଟି କୋଟି ଯୁବକ ବେରୋଜଗାରୀ ଅଛନ୍ତି । ସେମାନଙ୍କ ନିକଟରେ ରୋଜଗାର ନାହିଁ । ଏପରି ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସହ ଆଲୋଚନା କରି ବେକାରୀ ଓ ମୁଦ୍ରାସ୍ଫିତୀ ବିରୋଧରେ ଲଢ଼େଇ କରିବା ଉଚିତ୍‌ । ହେଲେ ଏଠାରେ କେନ୍ଦ୍ର ରାଜ୍ୟ ମାନଙ୍କ ସହ ଯୁଦ୍ଧ କରୁଛି । ପ୍ରଦିଦିନ ସକାଳେ ଉଠିବା ପରେ ସିବିଆଇ ଓ ଇଡିର ଖେଳ ଆରମ୍ଭ କରୁଛି । ଏପରି କରିବା ଦ୍ୱାରା ଦେଶ କିପରି ଅଗ୍ରଗତି କରିପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।
ସୂଚନା ଥାଉ କି ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଲୁକଆଉଟ୍‌ ସର୍କୁଲାର ଜାରି କରିଛି । ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନାଁରେ ଲୁକଆଉଟ୍‌ ସର୍କୁଲାର ଜାରି ହୋଇଥିବା ବେଳେ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ନୋଟିସ୍‌ ଜାରି ହୋଇଛି ।