ଓସ୍କାର୍ ଆୱାର୍ଡ; ବାଜି ମାରିଲା ‘ଡ୍ୟୁନ୍’
ଓସ୍କାର୍ ଆୱାର୍ଡ; ବାଜି ମାରିଲା ‘ଡ୍ୟୁନ୍’
ଲସ୍ ଏଞ୍ଜଲିସ୍: ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ ଘୋଷଣା ହୋଇଛି। ଚଳିତ ଓସ୍କାର ସମାରୋହରେ ବାଜି ମାରି ନେଇଛି ‘ଡ୍ୟୁନ’। ୨୦୨୨ର ଓସ୍କାର ପୁରସ୍କାରକୁ ଜିତି ନେଇଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୪ଟି ଆୱାର୍ଡ।
ବେଷ୍ଟ ସିନେମାଟୋଗ୍ରାଫି, ବେଷ୍ଟ ସାଉଣ୍ଡ କ୍ୟାଟେଗୋରି ଏବଂ ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ କ୍ୟାଟେଗୋରୀ ଆୱାର୍ଡ ଜିତିବା ପରେ ‘ଡୁଏନ୍’ ବର୍ତ୍ତମାନ ଶ୍ରେଷ୍ଠ ଏଡିଟିଂ ବର୍ଗରେ ଓସ୍କାର ଜିତିଛି। ଏକାଡେମୀ ପୁରସ୍କାରରେ ଏହା ‘ଡ୍ୟୁନ୍’ର ଚତୁର୍ଥ ବିଜୟ। ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ଏହା ଡେନିସ୍ ଭିଲେନେଭଙ୍କ ପ୍ରଥମ ପୁରସ୍କାର।
ଶ୍ରେଷ୍ଠ ଅଭିନେତା ରୂପେ ୱିଲ ସ୍ମିଥ ଓସ୍କାର ଆୱାର୍ଡ ହାତେଇଛନ୍ତି। ତାଙ୍କୁ ଫିଲ୍ମ ‘କିଙ୍ଗ ରିଚାର୍ଡ’ ପାଇଁ ଏହି ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରୂପେ ‘ଦି ପାୱାର୍ ଅଫ୍ ଡଗ୍’ ପାଇଁ ଜେନ କାମ୍ପିୟନକୁ ଓସ୍କାର ଆୱାର୍ଡ ମିଳିଛି।
ସେହିପରି ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରାଇଟିଂ ଉଇଥ୍ ଫାୟାର୍’ ଓସ୍କାର ଆୱାର୍ଡରୁ ବଞ୍ଚିତ ହୋଇଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ‘ସମର ଆଣ୍ଡ ସୋଲ୍’ ବାଜି ମାରିନେଇଛି।




admin 