ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି :ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି :ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି :ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡି ସହ ଲଢ଼େଇ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱୀ ତିଆରି ହେବାର ଆବଶ୍ୟକତା ରହିଛି । ଏବେ ବିଜେଡି ସହ ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହିଁ ନାହାନ୍ତି । ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି । ବିରୋଧୀ ଦଳଙ୍କ ଉଦ୍ୟମ ଫଳପ୍ରଦ ହେଉନି, ତେଣୁ ବିଜେଡିକୁ କ୍ରମାଗତ ଅଦ୍ଭୂତପୂର୍ବ ସଫଳତା ମିଳୁଛି ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଶାସକ ବିଜେଡିର ବିକଳ୍ପ ଓଡ଼ିଶାରେ କିଏ?- ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୨-୧୩ମାସ ଥିବାବେଳେ ସାଧାରଣ ଲୋକଙ୍କ ମନରେ ଏଭଳି ପ୍ରଶ୍ନସବୁ ଉଙ୍କିମାରିବା ସ୍ୱାଭାବିକ? ଆଉ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ  ଗଣମାଧ୍ୟମକୁ ଦେଇଥିବା ବୟାନ ହିଁ ପରୋକ୍ଷରେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକୁ ନିଜର ରଣନୀତିରେ ଆଖିଦୃଶିଆ ପରିବର୍ତ୍ତନ କରିବାର ଆବଶ୍ୟକତା ଆଡ଼କୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ।