କଇଁଛ ଧରିବାକୁ କୂଅରେ ପଶିଥିଲେ, ଜ୍ବାଇଁ ସମେତ ୩ ମୃତ
କଇଁଛ ଧରିବାକୁ କୂଅରେ ପଶିଥିଲେ, ଜ୍ବାଇଁ ସମେତ ୩ ମୃତ
ବିନିକା: ସୂବର୍ଣ୍ଣପୁର ଜିଲ୍ଲା ବିନିକାରେ ଘଟିଛି ଅଭାବନୀୟ ଘଟଣା। କଇଁଛ ଧରବାକୁ କୂଅରେ ପଶିଥିଲେ ଘରର ଜ୍ବାଇଙ୍କ ସମେତ ୩ ସଦସ୍ୟ। ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କୁଇବାହାଲ ଆନନ୍ଦପୁର ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଏକ ପରିତ୍ୟକ୍ତ କୂଅରେ କଇଁଛ ଧରିବାକୁ ପଶିଥିଲେ ଶ୍ୱଶୁର, ଜ୍ୱାଇଁ ଓ ଶଳା। କଇଁଛ ଧରୁଧରୁ ହଠାତ୍ ଜଣଙ୍କର ଗୋଡ ଖସିଯାଇଥିଲା ଏବଂ ତାକୁ ଉଦ୍ଧାର କରିବାକୁ ଯାଇ ବାକି ଦୁଇ ଜଣ ମଧ୍ୟ କୂଅରେ ପଡିଯାଇଥିଲେ।
ଏହାପରେ ଘଟଣାସ୍ଥଳରେ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ।ମାତ୍ର ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଭଳି ଅକାଳ ମୃତ୍ୟୁକୁ ନେଇ ଏବେ ଗାଁରେ ଶୋକର ଛାୟା ଖେଳିଯାଇଛି।




admin 