କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରୁ ପୁଣି ୧୩ ପଜିଟିଭ ଚିହ୍ନଟ

କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରୁ ପୁଣି ୧୩ ପଜିଟିଭ ଚିହ୍ନଟ

କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରୁ ପୁଣି ୧୩ ପଜିଟିଭ ଚିହ୍ନଟ
କଟକ: କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ସଂକ୍ରମିତ ଗୋଟିଏ ହଷ୍ଟେଲର ବୋଲି ସୂଚନା ମିଳିଛି। ଅପରପକ୍ଷରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି। ଆକ୍ରାନ୍ତମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ ଚାଲିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦ ପାର ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।