ଧାନ କିଣା ସମସ୍ୟା ନେଇ ଗୃହ ମଧ୍ୟଭାଗରେ କଂଗ୍ରେସର ଧାରଣା

ଧାନ କିଣା ସମସ୍ୟା ନେଇ ଗୃହ ମଧ୍ୟଭାଗରେ କଂଗ୍ରେସର ଧାରଣା

ଧାନ କିଣା ସମସ୍ୟା ନେଇ ଗୃହ ମଧ୍ୟଭାଗରେ କଂଗ୍ରେସର ଧାରଣା
ଭୁବନେଶ୍ୱର: ଧାନ କିଣା ସମସ୍ୟା ନେଇ ଆଜି ଗୃହରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି । ଏହି ସମୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିବାକୁ ସମୟ କାଟଛାଣ୍ଟ କରିବାକୁ ନରସିଂହ ମିଶ୍ର ପ୍ରତିବାଦ କରିଥିଲେ । ଏହାକୁ ବିରୋଧ କରି ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । ପ୍ରବଳ ହୋହାଲ୍ଲା ଓ ଧାରଣା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୦ ମିନିଟ ମୁଲତବୀ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ପରେ ଆଜି ଗୃହ ସ୍ୱାଭାବିକ ହୋଇଥିଲା। ଦୀର୍ଘ ୬ ଦିନ ପରେ ଗୃହକାର୍ୟ୍ୟ ସ୍ୱାଭାବିକ ହୋଇଥିଲା। ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିବୃତି ରଖି କହିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ । ଏହାଛଡ଼ା ସେ କହିଥିଲେ ଯେ, ଧାନକିଣା ଜାରି ରହିଛି । ଏଯାଏ ୬୧.୨୪ ଲକ୍ଷ ମେଟ୍ରିକ ଟନ କିଣାଯାଇଛି । ବିଗତ ଖରିଫ ଋତୁ ତୁଳନାରେ ଏ ବର୍ଷ ୧୮% ଅଧିକ ଧାନ କିଣାଯାଇଛି । ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଥିବା ସମସ୍ୟାର ତଦନ୍ତ ଚାଲିଛି । ପଞ୍ଜୀକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଥିଲେ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।