ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ କଲେ ଯୁବ କଂଗ୍ରେସ

ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ କଲେ ଯୁବ କଂଗ୍ରେସ

ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ କଲେ ଯୁବ କଂଗ୍ରେସ
ଭୁବନେଶ୍ୱର: ଯୁବ କଂଗ୍ରେସ ପକ୍ଷରୁ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯିବାକୁ ଉଦ୍ୟମ କରାଯାଇଛି । ତେବେ ଏନେଇ ପୁଲିସ ସେମାନଙ୍କୁ ଅଟକାଇବାରୁ ଯୁବ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ମହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ଯୁବ କଂଗ୍ରେସ ପକ୍ଷରୁ ତାଙ୍କର ଇସ୍ତଫା ସହ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ ମାହାଙ୍ଗାର ବିଭିନ୍ନ ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ତେବେ ରାଲିରେ ଯିବା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମୀଙ୍କୁ ପୁଲିସ ଶିଶୁ ଭବନ ଛକ ନିକଟରେ ଅଟକାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତା ହୋଇଥିଲା । ଏନେଇ ପୁଲିସ ବହୁ କର୍ମୀଙ୍କୁ ଅଟକ ରଖିଥିବା ଜଣାଯାଇଛି । ତେବେ ଏନେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।