କରୋନା ଦ୍ୱିତୀୟ ଲହର : ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୭୩ ହଜାର ଚିହ୍ନଟ
କରୋନା ଦ୍ୱିତୀୟ ଲହର : ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୭୩ ହଜାର ଚିହ୍ନଟ
admin
Apr 19, 2021 - 04:25
Updated: Apr 19, 2021 - 04:25
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଦେଶରେ ଆଜି ବି ରେକର୍ଡ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ । ଆଜି ଦେଶରୁ ୨ ଲକ୍ଷ ୭୩ ହଜାର ୮୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୧୬୧୯ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ରେ ପହଂଚିଛି । ଦେଶରେ ୧୯ ଲକ୍ଷ ୨୯ ହଜାର ୩୨୯ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୧୨ କୋଟି ୩୮ ଲକ୍ଷ ୫୨ ହଜାର ୫୬୬ଜଣ ଟିକା ନେଇ ସାରିଲେଣୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।