କୋଭିଡ ନାଁରେ ପାଗଳାମୀ କରୁଛି ବିଏମସି : ମାନସ ଚୌଧୁରୀ
କୋଭିଡ ନାଁରେ ପାଗଳାମୀ କରୁଛି ବିଏମସି : ମାନସ ଚୌଧୁରୀ
ଭୁବନେଶ୍ୱର : କୋଭିଡ଼ କଟକଣା ନାମରେ ଭୁବନେଶ୍ୱର ମହାନଗର ନିଗମ ପାଗଳାମୀ କରୁଛି । ବ୍ରହ୍ମା ବିଳି ବିଳେଇଲେ ବେଦ ଭଳି ବିଏମସି ମନଇଚ୍ଛା କଟକଣା ଲଗାଯାଉଛି । ଯେଉଁଥିପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।
ଶ୍ରୀ ଚୌଧୁରୀ କହିଛନ୍ତିଯେ, ବିଏମସି ପକ୍ଷରୁ ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛିଯେ, ବିବାହ, ବ୍ରତଘର ଅବା ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ୫୦ ଜଣରୁ ଉଦ୍ଧ୍ୱର୍ ଅତିଥି ରହିପାରିବେ ନାହିଁ । ଗତ ଅକ୍ଟୋବର ୪ରେ ଏହି ବିଜ୍ଞପ୍ତି ଜାରି କରାଯିବା ସହ ସେହିଦିନ ଠାରୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । କିନ୍ତୁ ଲୋକମାନେ ଇତିମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ବା ଉତ୍ସବ ପାଇଁ ଅଗ୍ରୀମ ଦେଇସାରିଛନ୍ତି । ହୋଟେଲ, ମଣ୍ଡପ ବି ବୁକ କରି ସାରିଛନ୍ତି । ଯଦି କୋଭିଡ଼ ପାଇଁ କଟକଣା କରାଯାଉଛି ସେଥିରେ ଆପତି ନାହିଁ । କିନ୍ତୁ ନୂଆ କଟକଣା ପାଇଁ ଲୋକମାନଙ୍କୁ ସମୟ ଦେବା ଦରକାର । ଏହାଦ୍ୱାରା ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ବିଏମସି କମିଶନର ନୂତନ ବିଜ୍ଞପ୍ତିଟି କାର୍ଯ୍ୟକାରୀ କରିବାକୁ ୧୫ ଦିନ ସମୟ ଦେବା ସହ କେବେଠାରୁ କେବେ ପର୍ଯ୍ୟନ୍ତ କଟକଣା ରହିବ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି କରିଛନ୍ତି ।




admin 