ଖଲ୍ଲିକୋଟରେ ଚାଚଂଲ୍ୟ,ବନ୍ଦ ଘରୁ ମିଳିଲା ୩ ମୃତ ଦେହ

ଖଲ୍ଲିକୋଟରେ ଚାଚଂଲ୍ୟ,ବନ୍ଦ ଘରୁ ମିଳିଲା ୩ ମୃତ ଦେହ

ଖଲ୍ଲିକୋଟରେ ଚାଚଂଲ୍ୟ,ବନ୍ଦ ଘରୁ ମିଳିଲା ୩ ମୃତ ଦେହ
ଖଲ୍ଲିକୋଟ ଅଂଚଳରେ ଚାଚଂଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତ ଦେହ । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମର ଏକ ଘରୁ ବାପା ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। । ଘର ବାହାରେ ମାଆ ଓ ଝିଅର ରକ୍ତାକ୍ତ ମୃତ ଦେହ ମିଳିଥିବା ବେଳେ ବାପାଙ୍କର ଝୁଲନ୍ତା ଅବସ୍ଥାରେ ହିଁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସ୍ତ୍ରୀ ଓ ଝିଅଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ପହଂଚି ଅଧିକ ଛାନଭିନ କରୁଛି ।