ଖୁବ୍ ଶୀଘ୍ର ଭିତ୍ତିଭୂମି ପ୍ୟାକେଜ୍‌ର ହେବ ଘୋଷଣା

ଖୁବ୍ ଶୀଘ୍ର ଭିତ୍ତିଭୂମି ପ୍ୟାକେଜ୍‌ର ହେବ ଘୋଷଣା

ଖୁବ୍ ଶୀଘ୍ର ଭିତ୍ତିଭୂମି ପ୍ୟାକେଜ୍‌ର ହେବ ଘୋଷଣା
ନୂଆଦିଲ୍ଲୀ: ଭିତ୍ତିଭୂମି କ୍ଷେତ୍ର ପାଇଁ ଏକ ଆର୍ଥିକ ପ୍ୟାକେଜ ଆଣିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଖୁବଶୀଘ୍ର ଏ ନେଇ ଘୋଷଣା କରାଯାଇପାରେ ବୋଲି କେନ୍ଦ୍ର ସଡ଼କ ପରିବହନ , ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କାରୀ ସୂଚନା ଦେଇଛନ୍ତି । ୨ ରୁ ୪ ଦିନ ମଧ୍ୟରେ ଏ ପ୍ୟାକେଜ ଘୋଷଣା କରାଯାଇପାରେ । ଉଚ୍ଚ ସ୍ତରରେ ଏ ନେଇ କାର୍ଯ୍ୟ ଚାଲିଥିବା ଗଡ଼କାରୀ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଏହା ଆସିବ ତାହାକୁ ନେଇ ଆଶା କରାଯାଇପାରିବ ବୋଲି ସେ କହିଛଉନ୍ତି । ସଡ଼କ ପରିବହନ ଏବଂ ରାଜପଥ ସଚିବ ଗିରିଧର ଅରମାନେ କହିଛନ୍ତି ଯେ, ଭାରତ ସରକାର, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଏବଂ ଅର୍ଥନୈତିକ ବ୍ୟାପାର ବିଭାଗ ଭିତ୍ତିଭୂମି କ୍ଷେତ୍ର ପାଇଁ ପ୍ୟାକେଜ ଆଣିବା ଲାଗି କାର୍ଯ୍ୟ କରୁଛନ୍ତି । ଏଥିରେ କେବଳ ଏମଏସଏମଇ ନୁହେଁ ସମଗ୍ର ଶିଳ୍ପ ସାମିଲ ହେବ । ଏକ ସାମଗ୍ରିକ ପ୍ୟାକେଜ ଆସିବ, ଯେଉଁଥିରେ ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକଚର୍ସ ଇନଷ୍ଟିଚ୍ୟୁଟର ସଦସ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ଅବସରରେ ସେ ଏହା କହିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକଡାଉନ ଯୋଗୁଁ ପ୍ରାୟ ସବୁ କ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି କ୍ଷେତ୍ରରେ ଶିଳ୍ପଜଗତ ପ୍ୟାକେଜ ଆଶାରେ ଅଛନ୍ତି । ସୂଚନା ଯୋଗ୍ୟ, ମାର୍ଚ୍ଚ ୨୪ ରୁ ଆରମ୍ଭ ହୋଇଥିବା ଲକଡାଉନ ଯୋଗୁ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ବ୍ୟାହତ ହୋଇଚି । ଏଭଳି କ୍ଷେତ୍ରରେ ଭାରତୀୟ ଅର୍ଥନୀତି ୧୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବ ବୋଲି ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଆଶଙ୍କା ପ୍ରକାଶ କରିଛନ୍ତି ।