ଗିରଫ ହେଲେ ସାୟୋନି ଘୋଷ
ଗିରଫ ହେଲେ ସାୟୋନି ଘୋଷ
ଅଗରତାଲା:ଗିରଫ ହେଲେ ଟିଏମସି ଯୁବ ସଙ୍ଘଠନ ସଭାନେତ୍ରୀ ତଥା ଚର୍ଚ୍ଚିତ ବଙ୍ଗଳା ଅଭିନେତ୍ରୀ ସାୟୋନି ଘୋଷ। ବିଜେପି କର୍ମୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବା ଉଦ୍ୟମ ମାମଲାରେ ରବିବାର ତ୍ରିପୁରା ପୁଲିସ୍ ସାୟୋନି ଘୋଷଙ୍କୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ତାଙ୍କୁ ଜାମିନରେ ମୁକୁଳାଇବା ଟିଏମସି ପକ୍ଷରୁ ଉଦ୍ୟମ ଚାଲିଛି।
ଏହି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ପଶ୍ଚିତ ତ୍ରିପୁରା ଅତରିକ୍ତ ଏସ୍ପି ବିଜେ ରେଡ୍ଡୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ସାୟୋନି ଘୋଷଙ୍କୁ ଗିରଫ କରାଯାଇଛି। ଆଇପିସିର ଧାରା ୩୦୭ ଓ ୧୫୩ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାୟୋନି ଗୋଟିଏ ସଭାସ୍ଥଳରେ ଏକାଠି ହୋଇଥିବା ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ସେ ରହୁଥିବା ହୋଟେଲରେ ମହିଳା ପୁଲିସ୍ ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏ ଘଟଣା ନେଇ ରାଜନୀତି ତେଜିଛି। ସାୟୋନି କହିଛନ୍ତି, ତାଙ୍କୁ ମିଛ ମାମଲାରେ ଗିରଫ କରୁଛି ରାଜ୍ୟର ବିଜେପି ସରକାର।




admin 