ଚନ୍ନି, ସିଦ୍ଧୁ, ଅମିରନ୍ଦର, ବାଦଲ ଚିତପଟାଙ୍ଗ
ଚନ୍ନି, ସିଦ୍ଧୁ, ଅମିରନ୍ଦର, ବାଦଲ ଚିତପଟାଙ୍ଗ
ଚଣ୍ଡିଗଡ଼ : ପଞ୍ଜାବରେ ‘ଆପ’ ଝଡ଼ରେ ବହୁ ବଡ଼ ବଡ଼ ରାଜନୀତିକ ଦ୍ରୁମ ଉପୁଡ଼ିଯାଇଛି । ଆମ ଆଦମୀ ପାର୍ଟିର ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ଓ ପିସିସି ସଭାପତି ନବଜ୍ୟୋତି ସିଂ ସିଦ୍ଧୁଙ୍କୁ ପରାସ୍ତ କରିଛନ୍ତି ।
ଚମକୌର ସାହିଦ ଆସନରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଆପ ପ୍ରାର୍ଥୀ ଚରଣଜିତ ସିଂଙ୍କ ଠାରୁ ୭ ହଜାର ଭୋଟରେ ପରାସ୍ତ ହୋଇଛନ୍ତି । ଖାଲି ସେତିକିନୁହେଁ ଭଦୌର ଆସନରେ ମଧ୍ୟ ଆପ ପ୍ରାର୍ଥୀ ଲାଭ ସିଂ ଉଗୋକେ ତାଙ୍କୁ ପ୍ରାୟ ୪୦ ହଜାର ଭୋଟରେ ହରାଇ ଦେଇଛନ୍ତି ।
ଲାମ୍ବି ଆସନରୁ ୧୧ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପରାସ୍ତ ହୋଇଛନ୍ତି । ତାଙ୍କୁ ଆପ ପ୍ରାର୍ଥୀ ଗୁରୁମିତ ସିଂହ ପରାସ୍ତ କରିଛନ୍ତି ।
ଅମୃତସର ପୂର୍ବ ଆସନରୁ ନିର୍ବାଚନ ଲଢୁଥିଲେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଆପ ପ୍ରାର୍ଥୀ ଜୀବନ ଜୋତ କୌର ତାଙ୍କୁ ୭ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ କରିଛନ୍ତି ।
ଗତଥର କ୍ୟାପଟେନ ଅମିରନ୍ଦର ସିଂଙ୍କ ନେତୃତ୍ୱରେ ଆଶାତୀତ ସଫଳତା ପାଇଥିଲା କଂଗ୍ରେସ । ପ୍ରତିକୂଳ ପରିସ୍ଥିତି ସତ୍ୱେ ବି ଅମିରନ୍ଦରଙ୍କ ନେତୃତ୍ୱରେ ପଞ୍ଜାବରେ କଂଗ୍ରେସ ସରକାର ଗଢ଼ିଥିଲା । ପରେ କଂଗ୍ରେସରୁ ବାହାରି ଅମିରନ୍ଦର ନୂତନ ଦଳ ଗଢ଼ି ବିଜେପି ସହ ମେଂଟ କରି ନିର୍ବାଚନ ଲଢ଼ୁଥିଲେ । କିନ୍ତୁ ନିର୍ବାଚନରେ ଅମିରନ୍ଦର ୧୯ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ ହୋଇଛନ୍ତି । ଆପ ପ୍ରାର୍ଥୀ ଅଜିତ ପାଲ ସିଂ କୋହଲି ତାଙ୍କୁ ହରାଇ ଦେଇଛନ୍ତି ।




admin 