ମୁଖ୍ୟମନ୍ତ୍ରୀ ଧାମି ଓ ରାୱତ ହାରିଲେ

ମୁଖ୍ୟମନ୍ତ୍ରୀ ଧାମି ଓ ରାୱତ ହାରିଲେ

ମୁଖ୍ୟମନ୍ତ୍ରୀ ଧାମି ଓ ରାୱତ ହାରିଲେ

ନୂଆଦିଲ୍ଲୀ : ପଞ୍ଜାବ ଭଳି ଉତ୍ତରାଖଣ୍ଡରେ ବି ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁୁ ମିଳିଛି  । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନରେ ପରାସ୍ତ ହୋଇଛନ୍ତି  । ସେହିପରି କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ହାରି ଯାଇଛନ୍ତି  ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉତରାଖଣ୍ଡର ଖାଟିମା ଆସନରୁ ନିର୍ବାଚନ ଲଢ଼ିଥିଲେ  । ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରି ବିଜୟୀ ହୋଇଛନ୍ତି। ସେଠାରେ ସିଧାସଳଖ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେଉଥିଲା  । ଗୋଟିଏ ପଟେ କଂଗ୍ରେସ ପ୍ରାର୍ଥୀ ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଦେଇଥିବାବେଳେ ଅପରପକ୍ଷରେ ବିଜେପି ନେତା କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଧୂଳି ଚଟାଇଛନ୍ତି  । ହରିଶ ରାୱତ ଲାଲକୁୱା ଆସନରୁ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ  । ତେବେ ଉତରାଖଣ୍ଡରେ କଂଗ୍ରେସ ପରାଜୟ ବରଣ କରିଥିବାବେଳେ ହରିଶ ରାୱତ ମଧ୍ୟ ବଡ଼ ବ୍ୟବଧାନରେ ହାରି ଯାଇଛନ୍ତି  ।