ଆପ୍‌ ସୁନାମିରେ ହାରିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ

ଆପ୍‌ ସୁନାମିରେ ହାରିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ

ଆପ୍‌ ସୁନାମିରେ ହାରିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ

ଚଣ୍ଡିଗଡ଼: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଜାରି ରହିଛି । ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଚଣ୍ଡ ସଫଳତା ମିଳିଛି। ଆପ୍ର ଝଡ଼ରେ ପଟିଆଲା ଆସନରୁ ୧୯ ହଜାର ଭୋଟ୍‌ରେ ପରାଜିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ରର ସିଂ। ଅମରିନ୍ଦର ସିଂହ ଆପ୍ର ଆଜିତପାଲ ସିଂହ କୋହଲିଙ୍କଠାରୁ ପରାଜିତ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେଇ କ୍ୟାପେଟେନ୍‌ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିଲେ। ଏଥର ସେ ବିଜେପି ସହିତ ମିଶି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। 

ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି ସରକାର କରୁଥିବା ଜଣାପଡ଼ୁଛି । ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ଭଗୱନ୍ତ ମାନ ଏଠାରେ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ପଞ୍ଜାବର ମୋଟ ୧୧୭ ସିଟରୁ ସମସ୍ତ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୧୧୭ ସିଟରୁ ଆପ୍ ୯୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ସେହପରି ଶିରୋମଣୀ ଆକାଳୀ ଦଳ ୭ଟି, ବିଜେପି ୨ଟି ଓ ବିଏସପି ୨ଟି ଆସନରେ ଆଗୁଆ ରହିଛି ।