ଚିରଞ୍ଜୀବ ଓ ମୋକିମ ଚାହିଁଲେ ଆଲୋଚନା ପାଇଁ ରାଜି : ଶରତ

ଚିରଞ୍ଜୀବ ଓ ମୋକିମ ଚାହିଁଲେ ଆଲୋଚନା ପାଇଁ ରାଜି : ଶରତ

ଭୁବନେଶ୍ୱର : ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ ଯଦି ଚାହିଁବେ ତେବେ ସେ ଆଲୋଚନା ପାଇଁ ରାଜି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି  । ଶରତ କହିଛନ୍ତିଯେ, କିଏ କ’ଣ କହୁଛନ୍ତି ସେନେଇ ସେ କିଛି ଟିପ୍ପଣୀ ଦେବେ ନାହିଁ  । ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ କିଛି ଅଭିଯୋଗ ଆସିନାହିଁ  । ଯଦି ସେମାନେ ନିଲମ୍ବନ ପ୍ରତ୍ୟାହାର ପାଇଁ ଚାହୁଁଛନ୍ତି ତେବେ ଲେଖିକି ଦେଲେ ସେ ହାଇକମାଣ୍ଡଙ୍କୁ ଅବଗତ କରାଇବେ  । 

ସୂଚନାଯୋଗ୍ୟଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଥିଲା  । ଏନେଇ ଉଭୟ ନେତା ପରୋକ୍ଷରେ ପିସିସିକୁ ଟାର୍ଗେଟ କରିଥିଲେ  । ଏପରିକି ସେମାନେ କଂଗ୍ରେସରେ ଅଛନ୍ତି ଓ କଂଗ୍ରେସରୁ ହିଁ ଲଢ଼ିବେ ବୋଲି କହିଥିଲେ  । ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ଆଗାମୀ ଦିନରେ ଏକାଠି ଲଢ଼ିବା ପାଇଁ ଆଲୋଚନା ହୋଇଥିଲା  । ଶରତଙ୍କ ଏଭଳି ମନ୍ତବ୍ୟ ପରେ ପୁଣି କଂଗ୍ରେସ ରାଜନୀତି ସରଗରମ ହୋଇଯାଇଛି  । ଚିରଞ୍ଜୀବଙ୍କୁ ନିଲମ୍ବନ ପ୍ରତିବାଦରେ ନାଉଗାଁ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ବି ଡାକରା ଦିଆଯାଇଛି  ।