ଚୋରା ବନ୍ଧୁକ ମାଫିଆ ଧରାପଡ଼ିଲା
ଚୋରା ବନ୍ଧୁକ ମାଫିଆ ଧରାପଡ଼ିଲା
ଭୁବନେଶ୍ବର: ଏସଟିଏଫ୍ ହାତରେ ଚୋରା ବନ୍ଧୁକ ମାଫିଆ । ଡିଲ ଚାଲିଥବାବେଳେ ମାଡି ବସିଲା ଏସଟିଏଫ୍ ଟିମ୍ । ଅନୁଗୁଳରୁ ହାର୍ଡକୋର ବନ୍ଧୁକ ମାଫିଆକୁ ଗିରଫ କଲା ଏସଟିଏଫ୍ । ଏଥିସହ ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସମ୍ବଲପୁର ସରପଲି ନାକଟିଦେଉଳର ବୋଲି ଜଣାପଡିଛି ।
ସୂଚନା ଅନୁୟାୟୀ, ଅନୁଗୁଳ କେରଜଙ୍ଗ ନିକଟରେ ଚୋରାବନ୍ଧୁକ କାରବାରର ହେଉଥିବା ନେଇ ଏସଟିଏଫ୍ ଟିମ୍ ଖବର ପାଇ ଥିଲା । ଏନେଇ ଚଢାଇ କରିବା ପରେ ବନ୍ଧୁକ ମାଫିଆ ସମେତ ଖବର ପାଇ ଏସଟିଏଫ୍ ଟିମ ଗିରଫ କରିବା ପରେ ବନ୍ଧୁକ ଓ ଗୁଳି ଜବତ କରିଥିଲା ।




admin 