ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡସଂଖ୍ୟକ ୪୬୧୭ ସଂକ୍ରମିତ ଚିହ୍ନଟ

ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡସଂଖ୍ୟକ ୪୬୧୭ ସଂକ୍ରମିତ ଚିହ୍ନଟ

ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡସଂଖ୍ୟକ ୪୬୧୭ ସଂକ୍ରମିତ ଚିହ୍ନଟ
ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡସଂଖ୍ୟକ ୪୬୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁର୍ଗରେ ଗୋଟିଏ ଦିନରେ ସର୍ବାଧିକ ୯୯୬ ଟି ମାମଲା ସାମ୍ନାକୁ ଆସିଛି । ଦୁର୍ଗରେ ସଂକ୍ରମଣକୁ ରୋକିବା ପାଇଁ ଏପି୍ରଲ ୬ ରୁ ୧୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ଘୋଷଣା କରାଯାଇଛି । ବେତେମରାରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଏହାବ୍ୟତୀତ ରାଜ୍ୟର ୨୦ ଜିଲ୍ଲାରେ ନାଇଟ କର୍ଫୁ୍ୟ ଲାଗୁ କରାଯାଇଛି । କରୋନାର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଛତିଶଗଡ଼ ଲକଡାଉନ ଲାଗୁ କରିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେ ଶୁକ୍ରବାର ଉଚ୍ଚସ୍ତରୀୟ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଆଗକୁ ସ୍ଥିତି ବିଗିଡ଼ିଲେ ଲକଡାୁନ କଟକଣା ଆହୁରି କଡ଼ାକଡ଼ି କରିବା ସହ ଅଧିକାରୁ ଅଧିକ ଜିଲ୍ଲାରେ ଲକଡାଉନ କରାଯିବ ବୋଲି ସେ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ସ୍ଥିତି ସମୀକ୍ଷା କରିବା ପାଇଁ ସ୍ୱତନ୍ତ୍ର ଟିମ୍ ନିଯୁକ୍ତି କରାଯାଇଛି ।