୧୯ ଓଏଏସଙ୍କୁ ମିଳିଲା ଆଇଏଏସ

୧୯ ଓଏଏସଙ୍କୁ ମିଳିଲା ଆଇଏଏସ

୧୯ ଓଏଏସଙ୍କୁ ମିଳିଲା ଆଇଏଏସ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟର ନିଦେ୍ର୍ଧଶକ୍ରମେ ୧୯ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଆଇଏଏସ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଇଏଏସ ପାଇଥିବା ୧୮ ଜଣ ଅଧିକାରୀଙ୍କୁ ନିଜ ବିଭାଗରେ ପୁନଃ ଅବସ୍ଥାପିତ କରାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କୁ ଆଇଏଏସ ପାହ୍ୟାର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ମାତ୍ର ଟିବିପିଏମ ନିଦେ୍ର୍ଧଶକ ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ପଦୋନ୍ନତି ପରେ ଉଚ୍ଚମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆଇଏଏସ ଅଧିକାରୀ ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ସଦାନନ୍ଦ ନାୟକ, ମୀରା ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶିଷ ହାଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତିପ୍ରକାଶ ଦାସ, ସୀତାଂଶୁ କୁମାର ରାଉତ ଓ କୃଷ୍ଣ ପ୍ରସାଦ ପତି ପ୍ରମୁଖଙ୍କୁ ବିଭାଗରେ ପୁନଃ ଅବସ୍ଥାପିତ କରାଯାଇଛି ।