ରାଜ୍ୟରେ ୧୫.୪୨ ଲକ୍ଷ ବରିଷ୍ଠ ନେଲେଣି ଟିକା

ରାଜ୍ୟରେ ୧୫.୪୨ ଲକ୍ଷ ବରିଷ୍ଠ ନେଲେଣି ଟିକା

 ରାଜ୍ୟରେ ୧୫.୪୨ ଲକ୍ଷ ବରିଷ୍ଠ ନେଲେଣି ଟିକା
ଭୁବନେଶ୍ୱର: ରାଜ୍ୟରେ ସମ୍ପ୍ରତି ଦ୍ରୁତଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଟିକାକରଣ ହାରକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଶୁକ୍ରବାର ସତ୍ତ୍ୱେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକାକରଣ କରାଯାଇଛି । ଟିକାକରଣକୁ ନେଇ ରାଜ୍ୟର ସଂଖ୍ୟା ୨୮ ଲକ୍ଷ ୬୬ ହଜାର ୨୫୫ ରେ ପହଞ୍ଚିଛି । ଏଥିରେ ସର୍ବାଧିକ ୧୫ ଲକ୍ଷ ୪୨ ହଜାର ୭୫୭ ଜଣ ବରିଷ୍ଠ ନାଗରିକ ଥିବା ବେଳେ ୪୫ ରୁ ୫୯ ବର୍ଷ ମଧ୍ୟରେ ୩ ଲକ୍ଷ ୮୪ ହଜାର ୨୪୦ ଜଣ, ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୬୪୭ ଓ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା ୧ ଲକ୍ଷ ୮୭ ହଜାର ୭୩୮ ରହିଛି । ସେହିପରି ୨ ଲକ୍ଷ ୬୧ ହଜାର ୩୭୯ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ନେଇଛନ୍ତି ।