କରୋନା ଦ୍ୱିତୀୟ ଲହର ଆରମ୍ଭ : ରାଜଧାନୀରେ ଏହି ସବୁ କଟକଣା ବଢ଼ିବ

କରୋନା ଦ୍ୱିତୀୟ ଲହର ଆରମ୍ଭ : ରାଜଧାନୀରେ ଏହି ସବୁ କଟକଣା ବଢ଼ିବ

କରୋନା ଦ୍ୱିତୀୟ ଲହର ଆରମ୍ଭ : ରାଜଧାନୀରେ ଏହି ସବୁ କଟକଣା ବଢ଼ିବ
ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି କରୋନା । ସମ୍ଭବତଃ ଦ୍ୱିତୀୟ ଲହର ଆରମ୍ଭ ହେବାର ସଙ୍କେତ ଦେଲାଣି । ଯେତେ ସଚେତନ କଲେ ବି ଲୋକେ କିନ୍ତୁ ସତର୍କ ହେଉନାହାନ୍ତି । ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣି ଥରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି । ଏଣିକି ରାଜଧାନୀ ଭୁବନେଶ୍ୱରରେ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ, ସମାବେଶ ବା ସମ୍ମଳିନୀ ହୋଇପାରିବ ନାହିଁ । ସେହିପରି କୌଣସି ଅନୁଷ୍ଠାନ ପକ୍ଷରୁ ଶତବାର୍ଷିକୀ, ସୁବର୍ଣ୍ଣ ଜୟନ୍ତୀ କି ରୌପ୍ୟ ଜୟନ୍ତୀ ଆଦି ପାଳନ କରାଯାଇ ପାରିବନି । ଶିକ୍ଷାନୁଷ୍ଠାନ ଗୁଡ଼ିକର ବାର୍ଷିକ ଉତ୍ସବରେ ବି କଟକଣା ଲାଗିବ । ଅନ୍ୟାନ୍ୟ ସାମାଜିକ ସମାବେଶ ପାଇଁ ବିଏମସିରୁ ନିର୍ଦ୍ଧିଷ୍ଟ ଅନୁମତି ନେବାକୁ ପଡ଼ିବ ଏବଂ କରୋନା ସ୍ଥିତିକୁ ଆଖିରେ ରଖି କର୍ତ୍ତୃପକ୍ଷ ୧୦୦ ରୁ କମ ଲୋକ ସମବେତ ହୋଉଥିବା କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ବିବାହ ଉତ୍ସବରେ ଅତି ବେଶୀରେ ଶହେ ଜଣ ସାମିଲ ହୋଇପାରିବେ ଏବଂ ଅନ୍ତ୍ୟେଷ୍ଠି କ୍ରିୟାରେ ୫୦ ଜଣ ଯୋଗ ଦେବା ପାଇଁ ଅନୁମତି ମିଳିବ । ବିଏମସି ପକ୍ଷରୁ ଏଭଳି ମାର୍ଗଦର୍ଶିକା ଜାରି ହୋଇଥିବା ବେଳେ ଆସନ୍ତା ୬ ତାରିଖଠାରୁ ଏହା କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ ହୋଇଛି ।