ଜାନୁଆରୀ ୮ରୁ ଖୋଲିବ ସ୍କୁଲ

ଜାନୁଆରୀ ୮ରୁ ଖୋଲିବ ସ୍କୁଲ

ଜାନୁଆରୀ ୮ରୁ ଖୋଲିବ ସ୍କୁଲ
ଭୁବନେଶ୍ୱର:ବହୁ ପ୍ରତୀକ୍ଷା ପରେ ସ୍କୁଲ ଖୋଲିବା ନେଇ ଚୂଡାନ୍ତ ନିଷ୍ପତି ନିଆଗଲା । ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବ । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଡା ହେବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ ପାଠ ପଢା ହେବ । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ୮ରୁ ଏପ୍ରିଲ ୨୮ ଯାଏଁ କ୍ଲାସ ହେବ ।