ଜୁଆ ଆଡାରେ ପୁଲିସର ଚଢାଉ, ସାମଗ୍ରୀ ସହିତ ୩ ଜଣ ଗିରଫ

ଜୁଆ ଆଡାରେ ପୁଲିସର ଚଢାଉ, ସାମଗ୍ରୀ ସହିତ ୩ ଜଣ ଗିରଫ

ଜୁଆ ଆଡାରେ ପୁଲିସର ଚଢାଉ, ସାମଗ୍ରୀ ସହିତ ୩ ଜଣ ଗିରଫ
ପଦ୍ମପୁର(ନିରଂଜନ ତ୍ରିପାଠୀ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମିରୀ ଗ୍ରାମ ପଞ୍ଚାୟତ ଛେଲିଆମାଲ ଗ୍ରାମରେ ଗୁରୁବାର ରାତିରେ ବାବା ଯାତ୍ରା ଚାଲିଥିବା ସମୟରେ ବେଆଇନ ଭାବରେ ଜୁଆ କାରବାର ଚାଲିଥିଲା। ଏ ବିଶ୍ବସ୍ତ ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ଵଜିତ ମନବୋଧଙ୍କ ନିଦ୍ଦେର୍ଶ କ୍ରମେ ଏଏସଆଇ ସନ୍ତୋଷ କୁମାର ସାହୁ ଓ କନେଷ୍ଟବଳ ବିପିନ ବାଗ ଘଟଣା ସ୍ଥଳରେ ପହଞ୍ଚି ଘୁଡୁଘୁଡି ପଟି ଖେଲାଉ ଥିବା ସମୟରେ ହେମ ସାଗର ବନଛୋର, ବିକ୍ରମ ପ୍ରଧାନ, କୀର୍ତ୍ତନ ଅମରି ଙ୍କୁ ଗିରଫ କରିଛନ୍ତି। ଘୁଡୁଘୁଡି ପଟି ସାମଗ୍ରୀ ସହିତ ୪ଟି ମୋବାଇଲ, ୮୫୦ ଟଙ୍କା ଜବତ କରିଛନ୍ତି। ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟଚାଲାଣ କରିଥିବାର ପାଇକମାଳ ପୋଲିସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।