ତୁମ ଇଚ୍ଛା ବିନା ପତ୍ରଟିଏ ହଲେନି...

ତୁମ ଇଚ୍ଛା ବିନା ପତ୍ରଟିଏ ହଲେନି...

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ହୋଇଥିବା ମାମଲାକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିବା ସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ।  ଏହି ରାୟ ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାଟରେ ଥିବା ପ୍ରତିବନ୍ଧକ ଦୂର ହୋଇଛି । ଏଥିରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରିଛନ୍ତି । ସେ ପ୍ରଭୁଙ୍କ ଉଦେ୍ଧଶ୍ୟରେ କହିଛନ୍ତି, ତୁମ ଇଚ୍ଛା ବିନା ପତ୍ରଟିଏ ହଲେ ନାହିଁ... ଆହେ ପ୍ରଭୁ ଶ୍ରୀଜଗନ୍ନାଥ । ଜୟ ଜୟନ୍ନ୍ାଥ । 

  ନବୀନଙ୍କ ଏହି ଟ୍ୱିଟ ଆଜି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରେଣ୍ଡ ହୋଇଛି । ବିଜେଡିର ସବୁ ନେତା ନବୀନଙ୍କ ପଥ ଅନୁସରଣ କରି ଏ ନେଇ ଟ୍ୱିଟ ଓ ରିଟ୍ୱିଟ କରିଛନ୍ତି । 

  ଶ୍ରୀମନ୍ଦିର ପ୍ରକଳ୍ପ ନେଇ ରାୟ ଆସିବା ପରେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ସେବାୟତମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେବାୟତମାନେ ପୁରୀରୁ ନବୀନ ଆସି ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଭକ୍ତମାନେ ଦୀପ ଜାଳିବାର ଫଟୋକୁ ନବୀନ ଟ୍ୱିଟରରେ ସେୟାର କରିଛନ୍ତି । ଏପରିକି ରାୟ ପରେ ଦିଲ୍ଲୀରୁ ସାଂସଦ ତଥା ଆଇନଜୀବୀ ପିନାକୀ ମିଶ୍ର କରିଥିବା ଟ୍ୱିଟକୁ ମଧ୍ୟ ନବୀନ ରି-ଟ୍ୱିଟ କରିଛନ୍ତି । ପିନାକୀ ବି ଜଗନ୍ନାଥଙ୍କୁ ସ୍ମରଣ କରିବା ସହ ଏ ପ୍ରକଳ୍ପ ପାଇଁ ନବୀନଙ୍କ ପ୍ରଶଂସା କରିଛନ୍ତି ।