କିଶୋରଙ୍କ ଆସନରେ ଅଳକା
କିଶୋରଙ୍କ ଆସନରେ ଅଳକା
ବ୍ରଜରାଜନଗର: ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବ୍ରଜରାଜନଗରରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅଳକାଙ୍କୁ ୯୩ ହଜାର ୯୫୩ ଖଣ୍ଡ ଭୋଟ ମିଳିଥିବାବେଳେ ସେ ୬୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।
ଏ ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ଜିତିଥିବାବେଳେ କଂଗ୍ରେସ ଫଳାଫଳ ସଭିଙ୍କୁ ଚକିତ କରିଛି । ଦୁର୍ବଳ ହୋଇପଡ଼ିଥିବା କଂଗ୍ରେସ ବ୍ରଜରାଜନଗରରେ ଶକ୍ତି ଦେଖାଇଛି । ବିଜୟଠାରୁ ଦଳ ବହୁ ଦୂରରେ ରହିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭ ହଜାର ୮୩୧ଟି ଭୋଟ ମିଳିଛି । ୨୦୧୪ରେ ଏ ଆସନରୁ ଜିତିଥିବା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ୨୨ ହଜାର ୫୬୦ ଭୋଟ ପାଇ ତୃତୀୟରେ ରହିଛନ୍ତି । ଏ କଥାକୁ ବିଜେପି ନେତାମାନେ ସହଜରେ ହଜମ କରିପାରୁନାହାନ୍ତି ।
ବିଜୟରେ ଖୁସି ହୋଇ ବିଜେଡି ସେଲିବ୍ରେସ୍ କରିଥିବାବେଳେ କଂଗ୍ରେସ ବି ଖୁସିରେ ଗଦଗଦ । ହେଲେ ଫଳାଫଳରେ ପୂରା ନିରାଶ ହୋଇଛି ବିଜେପି ।




admin 