ବ୍ରଜରାଜନଗର ଉପନିର୍ବାଚନ, ବିଜେଡିକୁ ୬୨,୮୫୩ ଭୋଟ୍, କଂଗ୍ରେସ ଦ୍ବିତୀୟ ସ୍ଥାନରେ
ବ୍ରଜରାଜନଗର ଉପନିର୍ବାଚନ, ବିଜେଡିକୁ ୬୨,୮୫୩ ଭୋଟ୍, କଂଗ୍ରେସ ଦ୍ବିତୀୟ ସ୍ଥାନରେ
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ୧୩ଟି ରାଉଣ୍ଡର ଫଳାଫଳ ଆସିଛି । ୧୩ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବହୁ ଆଗରେ ଅଛନ୍ତି । ୧୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିକୁ ୬୨୮୫୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୧୭୬୧୩ ଖଣ୍ଡ ଭୋଟ ଓ ବିଜେପିକୁ ୧୩୧୬୨ ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୪୫୨୪୦ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର ଭୋଟ୍ ବ୍ୟବଧାନ ଯେଉଁ ହାରରେ ବଢ଼ି ଚାଲିଛି ସେଥିରୁ ଜଣାପଡ଼ୁଛି ବ୍ରଜରାଜନଗରରେ ବିଜେଡିକୁ ଏକପାଖିଆ ଭୋଟ୍ ମିଳିଛି। ଦଳର ନେତାମାନେ ୫୦ ହଜାରରୁ ଅଧିକ ଭୋଟ୍ରେ ବିଜୟି ହେବାକୁ ଆଶା ରଖିଥିବା ବେଳେ ବିଜେଡି ଏହାଠାରୁ ଆହୁରି ଅଧିକ ଭୋଟ୍ ପାଇପାରେ ବୋଲି ଆସୁଥିବା ଟ୍ରେଣ୍ଡ୍ରୁ ଜଣାପଡ଼ୁଛି।




admin 