ତୃତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷା ପାଇଁ ସ୍ପୁଟନିକ୍‌ ଲାଇଟ୍‌କୁ ଅନୁମୋଦନ

ତୃତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷା ପାଇଁ ସ୍ପୁଟନିକ୍‌ ଲାଇଟ୍‌କୁ ଅନୁମୋଦନ

ତୃତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷା ପାଇଁ ସ୍ପୁଟନିକ୍‌ ଲାଇଟ୍‌କୁ ଅନୁମୋଦନ

ନୂଆଦିଲ୍ଲୀ: ଭାରତୀୟ ଜନତାଙ୍କ ଶରୀରରେ ତୃତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷା କରାଇବା ଲାଗି ଏକକ ଡୋଜ୍ବିଶିଷ୍ଟ କୋଭିଡ୍-୧୯ ନିରୋଧୀ ଟିକା ‘ସ୍ପୁଟ୍ନିକ୍ ଲାଇଟ୍’ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ) ଅନୁମୋଦନ ହାଲସ କରିଛି।

‘ସ୍ପୁଟ୍ନିକ୍ ଲାଇଟ୍’ର ତୃତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷା ନିମନ୍ତେ ‘ଡିସିଜିଆଇ’ର ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ (ଏସ୍ଇସି) ସୁପାରିସ କରିଛି।

ଦେଶରେ ରୁଷୀୟ ଟିକାର ତୃତୀୟ ପର୍ୟ୍ୟାୟ ପରୀକ୍ଷା ଅନାବଶ୍ୟକ କହି ପୂର୍ବରୁ ଜୁଲାଇ ମାସରେ, ‘ଡିସିଜିଆଇ’ର ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ ‘ସ୍ପୁଟ୍ନିକ୍-ଲାଇଟ୍’ର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ମଞ୍ଜୁର କରିବାକୁ ଅଗ୍ରାହ୍ୟ କରି ଦେଇଥିଲା।

ଉଲ୍ଲେଖଯୋଗ୍ୟ, ନିକଟରେ ‘ଦି ଲାନ୍ସେଟ୍’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ବିପକ୍ଷରେ ‘ସ୍ପୁଟ୍ନିକ୍-ଲାଇଟ୍’ ୭୮.୬% ରୁ ୮୩.୭% ଫଳପ୍ରଦତା ଦେଖାଉଛି, ଯାହା ଅଧିକାଂଶ ଦୁଇ ଡୋଜ୍ବିଶିଷ୍ଟ ଟିକା ଠାରୁ ଉଲ୍ଲେଖନୀୟ ଭାବେ ଅଧିକ ଫଳପ୍ରଦ। ଆର୍ଜେଣ୍ଟିନାର ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା।