ଦାରୁଣ ଘଟଣା : ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁ ମୃତ

ଦାରୁଣ ଘଟଣା  : ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁ ମୃତ

ଆଠଗଡ଼: ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ। ମୃତ ଶିଶୁ ଜଣକ ହେଲା ଚିକୁ ନାଏକ। ଚିକୁ ଘର ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ ନିକଟରେ।  ପ୍ରତିଦିନ ଚିକୁ ସ୍କୁଲ ପରିସର ଭିତରେ ଖେଳନ୍ତି।

ଗତକାଲି ମଧ୍ୟ ସ୍କୁଲ ଗେଟ୍ ପାଖରେ ଖେଳୁଥିଲେ। ଏହି ସମୟରେ ଗେଟ୍‌ଟି ତାଙ୍କ ଉପରେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଆଠଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। । ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।