ଦଶମୀରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ

ଦଶମୀରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ

ଦଶମୀରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ

ପୁରୀ:ବିଜୟା ଦଶମୀରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଠାକୁରଙ୍କ ସମସ୍ତ ନୀତିକାନ୍ତ ହେବ, କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା। ସେହିପରି ଆସନ୍ତାକାଲି ଭସାଣରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂଆ ଏସ୍ଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ସେହିପରି ଦୀପାବଳି ଓ ବଡ଼ ଏକାଦଶୀରେ ମଧ୍ୟ  ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ।  ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ।  ସେହିପରି ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି।  ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ। ସେହିପରି ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସଂପୂର୍ଣ୍ଣ ନିଷେଧ କରାଯାଇଛି।  ଶ୍ରୀମନ୍ଦିରକୁ ପଲିଥିନ ନେଇଥିଲେ ଶହେ ଟଙ୍କା ଜରିମାନା ଲାଗିବ।