ମଓ ନେତା ଆର୍କେଙ୍କ ମୃତ୍ୟୁ ସୂଚନା !
ମଓ ନେତା ଆର୍କେଙ୍କ ମୃତ୍ୟୁ ସୂଚନା !
ନୂଆଦିଲ୍ଲୀ: ବରିଷ୍ଠ ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍.କେ.ର ମୃତ୍ୟୁ ହୋଇଥିବା ପ୍ରଚାର ହେଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍.କେ.ଆର୍ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା। ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାକୁ ୫୮ ବର୍ଷ ବୟସ ହୋଇଥିଲା।
ତେବେ ଏନେଇ ମାଓ ସଂଗଠନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ୧୯୭୦ରେ ଆର୍କେ ମାଓ ସଂଗଠନରେ ସାମିଲ ହୋଇଥିଲେ। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ସହିତ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ଥିଲେ। ରାମାଗୁଡ଼ା ଏନ୍କାଉଣ୍ଟର ପରେ ସମ୍ପାଦକ ପଦରୁ ଓହରିଥିଲା ଆର୍.କେ। ଓଡ଼ିଶାରେ ଆର୍.କେ. ନାଁରେ ୨ଶହରୁ ଅଧିକ ମାମଲା ରହିଛି।
ଆର୍.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲ୍ର ନେତୃତ୍ୱ ନେଇଥିଲା।
ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍.କେ ଆହତ ହୋଇଥିଲା




admin 