ଏଣିକି ୫୦ କିମି ପର୍ୟ୍ୟନ୍ତ ରହିବ ବିଏସ୍ଏଫ୍ର କ୍ଷମତା
ଏଣିକି ୫୦ କିମି ପର୍ୟ୍ୟନ୍ତ ରହିବ ବିଏସ୍ଏଫ୍ର କ୍ଷମତା
ନୂଆଦିଲ୍ଲୀ: ଭାରତର ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ପର୍ୟ୍ୟନ୍ତ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି। ଏହି ସୀମା ମଧ୍ୟରେ ବିଏସ୍ଏଫ୍ ଗିରଫ, ତଲାସୀ ଓ ଜବତ କରିପାରିବ। ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଏହି ନିୟମ ଲାଗୁ ହେବ।
ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ଏବଂ ଆସାମରେ ବିଏସ୍ଏଫର ଏହି କ୍ଷମତା ପ୍ରଦାନ କରାଯାଇଛି । କିଛିଦିନ ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ବିଏସ୍ଏଫର କ୍ଷମତା ବୃଦ୍ଧି କରିବାକୁ ବାଧ୍ୟ କରିଥିଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୦ଟି ରାଜ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିଏସ୍ଏଫ୍ ସୀମା ଜଗୁଥିଲେ ବି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁପ୍ରବେଶ ଭଳି ଘଟଣା ରୋକିବାକୁ ସମର୍ଥ ହୋଇପାରୁନି । ଏଣୁ କ୍ଷମତା ପରିସର ବୃଦ୍ଧି ପାଇଲେ, ଆଖପାଖ ଅଞ୍ଚଳରେ ବିଏସ୍ଏଫ୍ କାଯର୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ କ୍ଷମତା ବୃଦ୍ଧିକୁ ପଞ୍ଜାବ କଂଗ୍ରେସ ସମେତ ଆମ୍ ଆଦ୍ମୀ ପାର୍ଟି ଓ ଶିରୋମଣି ଅକାଳି ଦଳ ବିରୋଧ କରିଛି। ଏହା ସଂଘୀୟ ବ୍ୟବସ୍ଥା ପ୍ରତି ଆକ୍ରମଣ ବୋଲି ଅଭିଯୋଗ କରାଯାଇଛି। ପୂର୍ବରୁ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାର ଭାରତ ପଟେ ୧୫ କିଲୋମିଟର ଯାଏ ବିଏସ୍ଏଫକୁ କ୍ଷମତା ଦିଆଯାଇଥିଲା
ତେବେ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଏସ୍ଏଫ୍ ପାଇଁ କୌଣସି ସୀମା ରଖାଯାଇନାହିଁ ।




admin 