ଦିଲ୍ଲୀ ହିଂସାକାଣ୍ଡରେ ଆହତ ପୁଲିସଙ୍କୁ ଭେଟିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା

ଦିଲ୍ଲୀ ହିଂସାକାଣ୍ଡରେ ଆହତ ପୁଲିସଙ୍କୁ ଭେଟିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା

ଦିଲ୍ଲୀ ହିଂସାକାଣ୍ଡରେ ଆହତ ପୁଲିସଙ୍କୁ ଭେଟିଛନ୍ତି  ଗୃହ ମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସଂଗଠିତ ଚାଷୀ ହିଂସାକାଣ୍ଡରେ ଆହତ ପୁଲିସଙ୍କୁ ଭେଟିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଶୁଶ୍ରୁତ ହସ୍ପିଟାଲ ଟ୍ରମା ସେଣ୍ଟରରେ ଶାହା ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଛନ୍ତି । ଆହତଙ୍କ ସହ ଆଲୋଚନା କରିବା ସହ ଅମିତ ଶାହା ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସୂଚନା ଅନୁଯାୟୀ, କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ୨୨ଟି ମାମଲା ରୁଜୁ କରିଥିଲା। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଥିଲା। କୃଷକମାନେ ଗତ ମଙ୍ଗଳବାର ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ମଧ୍ୟ ଜାରି କରିବାକୁ କୁହାଯାଇଛି।