ଦୁର୍ଦ୍ଧାନ୍ତ ହାତୀଙ୍କ ବେକରେ ଲାଗିବ ରେଡିଓ କାଲାର

ଦୁର୍ଦ୍ଧାନ୍ତ ହାତୀଙ୍କ ବେକରେ ଲାଗିବ ରେଡିଓ କାଲାର

ଦୁର୍ଦ୍ଧାନ୍ତ ହାତୀଙ୍କ ବେକରେ ଲାଗିବ ରେଡିଓ କାଲାର
ଭୁବନେଶ୍ୱର - ବିଗତ ଦିନରେ ବିଭିନ୍ନ ଘଟଣାରେ ଗଜରାଜଙ୍କ ଅକାଳ ପ୍ରାଣହାନୀ ଘଟିବା ଭଳି ଘଟଣା ଘଟିଛି । କେଉଁଠି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ତ କେଉଁଠି ଟ୍ରେନ ଧକ୍କାରେ ଗଜରାଜଙ୍କ ମୃତୁ୍ୟ ହେବା ଭଳି ଘଟଣା ଘଟିଛି । ତେବେ ଏବେ ରାଜ୍ୟରେ ହାତୀ ସୁରକ୍ଷା ପାଇଁ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ କନ୍ଧମାଳର ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରାଯିବାକୁ ସରକାର ଯୋଜନା କରିଛନ୍ତି । ଦୂରରୁ ହାତୀର ଶବ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା ମଧ୍ୟ କରାଯିବ । ହାତୀ ଶବ୍ଦ ଶୁଣିପାରିବା ଲାଗି ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ । ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଜଙ୍ଗଲରେ ଦୁର୍ଦ୍ଧାନ୍ତ ହୋଇ ବୁଲୁଥିବା ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।