ଦେଶରେ ଚାଲିଥିବା ଦ୍ୱିତୀୟ କୋଭିଡ ସଂକ୍ରମଣ ଲହର ଏପି୍ରଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ

ଦେଶରେ ଚାଲିଥିବା ଦ୍ୱିତୀୟ କୋଭିଡ ସଂକ୍ରମଣ ଲହର ଏପି୍ରଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ

ଦେଶରେ ଚାଲିଥିବା ଦ୍ୱିତୀୟ କୋଭିଡ ସଂକ୍ରମଣ ଲହର ଏପି୍ରଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ
ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଦ୍ୱିତୀୟ କୋଭିଡ ସଂକ୍ରମଣ ଲହର ଏପି୍ରଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ । ଏକ ଗାଣିତିକ ମଡେଲର ବ୍ୟବହାର କରି ବୈଜ୍ଞାନିକ ମାନେ ଏହି ଆକଳନ କରିଛନ୍ତି । ମେ’ଶେଷ ବେଳକୁ ସଂକ୍ରମଣ କମିବ ବୋଲି ଆକଳନ କରାଯାଇଛି । ସଂକ୍ରମଣ ପ୍ରଥମ ଲହରରେ ମଧ୍ୟ ବୈଜ୍ଞାନିକମାନେ ଗାଣିତିକ ମଡେଲର ବ୍ୟବହାର କରି ଯେଉଁ ଆକଳନ କରିଥିଲେ ତାହା ସତ ହୋଇଥିଲା । ବୈଜ୍ଞାନିକଙ୍କ ଆକଳନ ଥିଲା ଯେ ଅଗଷ୍ଟରେ ବଢ଼ିଥିବା ସଂକ୍ରମଣ ସେପ୍ଟେମ୍ବର ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ୨୦୨୧ ଫେବୃୟାରୀ ବେଳକୁ ଏହା କମିବ । ଗତ କିଛି ଦିନର ସଂକ୍ରମଣକୁ ଆକଳନ କରିବା ପରେ ଜଣାପଡ଼ିଛି ଯେ, ଏପି୍ରଲ ୧୫-୨୦ ମଧ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ ଏବଂ ଏହା ପରେ ସଂକ୍ରମଣ ତଳମୁହାଁ ହେବ । ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲଙ୍କ ସମେତ ଅନ୍ୟ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଆକଳନରୁ ଏହା ଜଣାପଡ଼ିଛି ।