ଦେଶ ଜଣେ ସାହସୀ ପୁତ୍ରକୁ ହରାଇଲା

ଦେଶ ଜଣେ ସାହସୀ ପୁତ୍ରକୁ ହରାଇଲା

ଦେଶ ଜଣେ ସାହସୀ ପୁତ୍ରକୁ ହରାଇଲା

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ପରଲୋକରେ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ କରି କହିଛନ୍ତି, ଜେନେରାଲ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ଜିଙ୍କ ଅକାଳ ବିୟୋଗରେ ମୁଁ ଚକିତ ଓ କଷ୍ଟ ଅନୁଭବ କରୁଛି। ଦେଶ ନିଜର ଜଣେ ସାହସୀ ପୁତ୍ରକୁ ହରାଇଛି। ମାତୃଭୂମି ପାଇଁ ତାଙ୍କର ଚାରି ଦଶନ୍ଧିର ନିଃସ୍ୱାର୍ଥପର ସେବା ଅତୁଳନୀୟ ସାହସିକତା ଏବଂ ବୀରତ୍ୱରେ ପରିପୂର୍ଣ୍ଣ। ତାଙ୍କ ପରିବାର ପ୍ରତି ମୋର ସମବେଦନା। ଚପର ଦୁର୍ଘଟଣାରେ ପ୍ରାଣ ହରାଇବା ଜାଣିବା ମୋ ପାଇଁ ଗଭୀର ଯନ୍ତ୍ରଣାଦାୟକ। ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସହ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଅଧିକାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜ୍ଞାପନ କରୁଛି।