ସେ ଥିଲେ ସଚ୍ଚା ଦେଶଭକ୍ତ: ପ୍ରଧାନମନ୍ତ୍ରୀ

ସେ ଥିଲେ ସଚ୍ଚା ଦେଶଭକ୍ତ: ପ୍ରଧାନମନ୍ତ୍ରୀ

ସେ ଥିଲେ ସଚ୍ଚା ଦେଶଭକ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:, ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି, ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଆମେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କୁ ହରାଇଛୁ। ମୁଁ ଏଥିପାଇଁ ଗଭୀର ଦୁଃଖିତ। ପ୍ରାଣ ହରାଇଥିବା ଅଧିକାରୀମାନେ ଭାରତର ସେବା କରିଥିଲେ। ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାର ସହିତ ଅଛି। ଜେନେରାଲ ବିପିନ ରାୱତ ଜଣେ ଜଣେ ଦୁର୍ଦ୍ଦଷ ସୈନିକ ଥିଲେ। ସେ ଥିଲେ ଜଣେ ପ୍ରକୃତ ଦେଶପ୍ରେମୀ, ସେ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣକୁ ଆଧୁନିକୀକରଣ କରିବାରେ ବହୁତ ସହଯୋଗ କରିଥିଲେ। ରଣନୀତିକ ବିଷୟଗୁଡ଼ିକ ଉପରେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ଦୃଷ୍ଟିକୋଣ ଅତୁଳନୀୟ ଥିଲା। ତାଙ୍କର ଦେହାନ୍ତ ମୋତେ ଗଭୀର ଦୁଃଖ ଦେଇଛି। ଭାରତର ପ୍ରଥମ ସିଡିଏସ୍ ଭାବରେ, ଜେନେରାଲ ରାୱତ ପ୍ରତିରକ୍ଷା ସଂସ୍କାର ସହିତ ଆମର ସଶସ୍ତ୍ର ବାହିନୀର ବିଭିନ୍ନ ଦିଗରେ କାର୍ୟ୍ୟ କରିଥିଲେ। ସେ ସେନାରେ ରହି ଦେଶ ସେବା କରିବାର ଏକ ସମୃଦ୍ଧ ଅଭିଜ୍ଞତା ହାସଲ କରିଥିଲେ। ଭାରତ ତାଙ୍କର ଅପୂର୍ବ ସେବାକୁ କେବେବି ଭୁଲିପାରିବ ନାହିଁ।