ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ

ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ

ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କୁନ୍ନୁର ହେଲିକପ୍ଟର ଦୁର୍ଘଟଣା ନେଇ ଗୃହରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଦୁର୍ଘଟଣାରେ ଜୀବନ ହରାଇଥିବା ୧୩ଜଣଙ୍କ ବିଷୟରେ ଗୃହରେ ଅବଗତ କରାଇଛନ୍ତି। ସମସ୍ତଙ୍କୁ ଲୋକସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭାରତୀୟ ବାୟୁସେନା  ଦୁର୍ଘଟଣାର ତ୍ରି-ସେବା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯିବ। ଅନୁସନ୍ଧାନକାରୀ ଦଳ ଗତକାଲି ୱେଲିଙ୍ଗଟନ୍ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ପରଲୋକ ଘଟିଛି। ଜେନେରାଲ୍ ରାୱତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦେଶର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାକୁ ନେଇ ସହଜେ ବିଶ୍ୱାସ କରିହେଉ ନାହିଁ। ଯେଉଁ ହେଲିକପ୍ଟରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯାତ୍ରା କରିବାକୁ ସୁରକ୍ଷିତ ମଣିଥାନ୍ତି ଓ ଯେଉଁ ହେଲିକପ୍ଟର ପ୍ରତିକୂଳ ପାଣିପାଗରେ ମଧ୍ୟ ସୁରକ୍ଷିତ ଯାତ୍ରାର ଭରସା ଦେଇଥାଏ, ସେହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।