ସିଡିଏସ୍‌ଙ୍କ ବିମାନ ଦୁର୍ଘଟଣା; ମିଳିଲା ବ୍ଲାକ୍‌ବକ୍ସଦ

ସିଡିଏସ୍‌ଙ୍କ ବିମାନ ଦୁର୍ଘଟଣା; ମିଳିଲା ବ୍ଲାକ୍‌ବକ୍ସଦ

ସିଡିଏସ୍‌ଙ୍କ ବିମାନ ଦୁର୍ଘଟଣା; ମିଳିଲା ବ୍ଲାକ୍‌ବକ୍ସଦ

ନୂଆଦିଲ୍ଲୀ: ସିଡିଏସ୍‌ ବିପିନ୍‌ ରାୱତଙ୍କ ଯେଉଁ ହେଲିକପ୍ଟର୍‌ରେ ଯାଉଥିଲେ ତାହାର ବ୍ଲକ୍‌ ବକ୍ସ ମିଳିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ବ୍ଲକ୍‌ବକ୍ସ ମିଳିବା ପରେ ଏହାର କାରଣ ମିଳିବାରେ ସହଜ ହେବ।  ବ୍ଲାକ ବକ୍ସ ହେଉଛି ଏପରି ଏକ ଯନ୍ତ୍ର ଯାହା ଦ୍ବାରା ଦୁର୍ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ । ଯେତେବେଳେ ହେଲିକପ୍ଟର ଉଡାଣ ଆରମ୍ଭ କରେ ସେତେବେଳେ ବ୍ଲାକ ବକ୍ସରେ ସବୁ କିଛି ରେକର୍ଡ ହୋଇଥାଏ । ପାଇଲଟ୍ କାହା ସହ କଣ କଥା ହୋଇଛନ୍ତି ତାହା ମଧ୍ୟ ଜଣାପଡିଥାଏ। ବ୍ଲାକ ବକ୍ସରେ ଦୁଇଟି ରେକର୍ଡର ଥାଏ । ଗୋଟିଏରେ ପାଇଲଟଙ୍କ କଥା ରେକର୍ଡ ହୋଇଥିବାବେଲେ ଅନ୍ୟଟିରେ ହେଲିକପ୍ଟର ସମ୍ପର୍କରେ ସମସ୍ତ ତଥ୍ୟ ରେକର୍ଡ ହୋଇଥାଏ । ଦୁର୍ଘଟଣାସ୍ଥଳରୁ ବ୍ଲାକ ବକ୍ସ ମିଳିବା ପରେ ଲ୍ୟାବରେ ଏହାର ଯାଞ୍ଚ କରାଯିବ।

ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ପରଲୋକ ଘଟିଛି। ଜେନେରାଲ୍ ରାୱତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦେଶର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାକୁ ନେଇ ସହଜେ ବିଶ୍ୱାସ କରିହେଉ ନାହିଁ। ଯେଉଁ ହେଲିକପ୍ଟରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯାତ୍ରା କରିବାକୁ ସୁରକ୍ଷିତ ମଣିଥାନ୍ତି ଓ ଯେଉଁ ହେଲିକପ୍ଟର ପ୍ରତିକୂଳ ପାଣିପାଗରେ ମଧ୍ୟ ସୁରକ୍ଷିତ ଯାତ୍ରାର ଭରସା ଦେଇଥାଏ, ସେହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।