ଧମକାଇଲେ ପ୍ରକୃତି ମିଶ୍ର

ଧମକାଇଲେ ପ୍ରକୃତି ମିଶ୍ର

ଧମକାଇଲେ ପ୍ରକୃତି ମିଶ୍ର

ଭିଡ଼ିଓ ଭାଇରାଲ ହେବା ପରେ ରାଗି ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର  । ମୁଁ କାହାରିକୁ ଛାଡ଼ିବିନାହିଁ । ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି  । ଏମିତି ଧମକ ଦେବାକୁ ପଛାଇନାହାନ୍ତି ପ୍ରକୃତି  ।
ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଭାଇରାଲ ଭିଡ଼ିଓକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ବାବୁସାନଙ୍କ ପନôୀ ତୃପ୍ତି ଶତପଥି ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ବିଚ ରାସ୍ତାରେ ଅଟକାଇ ହଟହଟା କରାଇଥିଲେ । ବାବୁସାନଙ୍କ କଲର ଧରିବା ସହ ପ୍ରକୃତିଙ୍କୁ ଧକା ମାରିବାକୁ ବି ପଛାଇନଥିଲେ । ଏହି ସମୟରେ ହେଲପ ହେଲପ ବୋଲି ଚିକôାର କରିଥିଲେ ପ୍ରକୃତି । କିନ୍ତୁ ତାଙ୍କୁ ଉଦ୍ଧାର କରିବା ତ ଦୂରର କଥା ଏହି ସମୟରେ ଲୋକମାନେ ମଜା ଉଠାଉଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ପ୍ରକୃତି ମିଶ୍ର କହିଛନ୍ତିଯେ, ମୋ ସହ ଯାହା ଘଟିଛି ମୁଁ ତାହା ଭୁଲିବି ନାହିଁ । ବାବୁସାନ ଓ ମୁଁ ପିଲାଦିନୁ ଭଲ ସାଙ୍ଗ  । ବାବୁସାନଙ୍କ ପନôୀ ଓ ତାଙ୍କ ଶ୍ୱଶୁର ଗୁଣ୍ଡା ଆଣି ମୋତେ ଅପମାନିତ କରିଛନ୍ତି । ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି  । ବାବୁସାନଙ୍କୁ ମଧ୍ୟ ଟର୍ଚ୍ଚର କଲେ  । ମୋ ଚୁଟି ଧରି ଭିଡ଼ାଭିଡ଼ି କଲେ  । ମୁଁ ହେଲପ ହେଲପ କହିଲେ ବି ସମସ୍ତେ ମଜା ଉଠାଇଲେ  । ମୁଁ କାହାକୁ ଛାଡ଼ିବି ନାହିଁ  । ଲିଗାଲ ଆକ୍ସନ ନେବି ବୋଲି ପ୍ରକୃତି କହିଛନ୍ତି । ପରେ ପ୍ରକୃତି ଖାରବେଳ ଥାନାରେ ଏତଲା ଦେଇଛନ୍ତି  ।