ନମ୍ବର ୨ ହେବାକୁ ମନା କଲେ ଆଜାଦ

ନମ୍ବର ୨ ହେବାକୁ ମନା କଲେ ଆଜାଦ

ନମ୍ବର ୨ ହେବାକୁ ମନା କଲେ ଆଜାଦ

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ପରେ ସେ ହୋଇଥାନ୍ତେ କଂଗ୍ରେସର ନମ୍ବର ୨ ନେତା । ମାତ୍ର ରୋକଠୋକ୍ ମନା କରିଦେଲେ । ଏମିତି କିଛି ଦାୟିତ୍ୱ କିମ୍ବା ଆସନ ସେ ଚାହାନ୍ତିନି ବୋଲି କହିଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ । ସୋନିଆ ଗାନ୍ଧିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲେ । ସେ ଏମିତି ହିଁ ଦଳରେ କୌଣସି ଦାୟିତ୍ୱ ବିନା ରହିବେ ବୋଲି ଆଜାଦ ସୋନିଆଙ୍କୁ କହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  ଏକ ଖବର ଏଜେନ୍ସିର ରିପୋର୍ଟ ମୁତାବକ, ରାଜ୍ୟସଭା ପାଇଁ ଗୁଲାମନବୀ ଆଜାଦଙ୍କୁ କଂଗ୍ରେସ ଟିକେଟ ଦେଲାନି । ଏଥିରେ ଆଜାଦ ଦଳ ଉପରେ ଖପ୍ପା ଥିଲେ । ତେଣୁ ଆଜାଦଙ୍କୁ ବୁଝାଇବା ସହ ତାଙ୍କ ରାଗ ଶାନ୍ତ କରିବାକୁ ନିଜେ ସୋନିଆ ଦାୟିତ୍ୱ ନେଇଥିଲେ । ସେ ଆଜାଦଙ୍କୁ ଫୋନ କରିବା ପରେ ସାକ୍ଷାତ କରିଥିଲେ । ଏ ସମୟରେ ସୋନିଆ କୁଆଡେ଼ ଆଜାଦଙ୍କୁ କଂଗ୍ରେସର ନମ୍ବର ୨ ନେତା ହେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସିଧାସଳଖ ଆଜାଦ ମନା କଲେ । ସେ ସୋନିଆଙ୍କୁ କହିଥିଲେ, ସଂଗଠନରେ ଏବେ ଯୁବବର୍ଗ ନେତା ଦାୟିତ୍ୱରେ ଅଛନ୍ତି । ଆଜାଦଙ୍କ ଭଳି ବରିଷ୍ଠ ନେତା ଓ ଏ ଯୁବବର୍ଗ ନେତାଙ୍କ ଭିତରେ ଜେନେରେସନ ଗ୍ୟାପ୍ ବା ପିଢ଼ିର ବ୍ୟବଧାନର ରହିଛି । ତେଣୁ କେହି କାହା କଥା  ବୁଝିପାରିବେନି । ସେଥିପାଇଁ ଏକାଠି ହୋଇ କାମ କରିବା କାଠିକର ପାଠ ହେବ । ସେଥିପାଇଁ ଯୁବବର୍ଗ ସଂଗଠନ ଦାୟିତ୍ୱ ତୁଲାନ୍ତ ବୋଲି ଆଜାଦ କହିଥିଲେ।