ଜଗା ଦର୍ଶନ ପରେ ଧର୍ମେନ୍ଦ୍ର କହିଲେ...

ଜଗା ଦର୍ଶନ ପରେ ଧର୍ମେନ୍ଦ୍ର କହିଲେ...

ଜଗା ଦର୍ଶନ ପରେ ଧର୍ମେନ୍ଦ୍ର କହିଲେ...

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ରାୟ ସରକାରଙ୍କ ସପକ୍ଷରେ ଆସିବା ପରେ ରାଜ୍ୟରେ ଏ ପ୍ରସଙ୍ଗ ଆହୁରି ଚର୍ଚ୍ଚାକୁ ଆସିଛି । ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାଙ୍କ ଟ୍ୱିଟ ଓ ମନ୍ତବ୍ୟ ସାମ୍ନାକୁ ଆସିଛି । ଏ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ ବି ମତ ରଖିଛନ୍ତି । ଧର୍ମେନ୍ଦ୍ର ପୁରୀ ଗସ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । 

  ଏ ନେଇ ଧର୍ମେନ୍ଦ୍ର ଟ୍ୱିଟ କରି କହିଛନ୍ତି, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ । ମହାପ୍ରଭୁଙ୍କ ଆଶୀର୍ବାଦ ଓଡ଼ିଶା ତଥା ସମଗ୍ର ବିଶ୍ୱବାସୀଙ୍କ ଉପରେ ରହିଥାଉ ଏହା ହିଁ ପ୍ରାର୍ଥନା। ହଜାର ହଜାର ବର୍ଷ ପୂର୍ବେ ଯେଉଁମାନେ ମନ୍ଦିରକୁ ନିର୍ମାଣ କଲେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ପୁରୀ ଧାମ ଆହୁରି ସୁନ୍ଦର ଓ ଭବ୍ୟ ହେଉ, ଏହା ସମସ୍ତଙ୍କ ଇଚ୍ଛା ଓ ଦାୟିତ୍ୱ ମଧ୍ୟ । ଶ୍ରୀମନ୍ଦିର କାମ ପାଇଁ ସର୍ବସମ୍ମତି ଆବଶ୍ୟକ । ପ୍ରଶାସନିକ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ନେଇ କାମ କଲେ ଆହୁରି ଭଲ ହେବ । ଆମ ଜାତିର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ମନ୍ଦିରକୁ ଆମର ପୂର୍ବପୁରୁଷମାନେ ହଜାର ହଜାର ବର୍ଷ ପୂର୍ବେ ଭବ୍ୟ ଭାବେ ତୋଳିଥିଲେ। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ମିଳୁଥିବା କୀର୍ତ୍ତିରାଜି ପ୍ରାୟ ୭୦୦-୮୦୦ ବର୍ଷ ପୂର୍ବର ବୋଲି ବୈଜ୍ଞାନିକ ପ୍ରମାଣ ମିଳିଛି । ଏସବୁ ସୁରକ୍ଷିତ ଓ ସୁନ୍ଦର ରଖିବା ଆମର ଦାୟିତ୍ୱ ।